ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟାବହ ହେବାକୁ ଯାଉଛି । ଗୋଟିଏ ପଟେ ୟୁକ୍ରେନର ଦୁଇଟି ପ୍ରାନ୍ତକୁ ରୁଷ ସ୍ୱତନ୍ତ୍ର ଦେଶର ମାନ୍ୟତା ପ୍ରଦାନ କରିଛି । ଅନ୍ୟପଟେ ଆମେରିକା ଓ ବ୍ରିଟେନ ରୁଷ ଉପରେ କେତେକ କଟକଣା ଲଗାଇଛନ୍ତି । ଏହାମଧ୍ୟରେ ୟୁକ୍ରେନ ସରକାର ନିଜ ନାଗରିକଙ୍କୁ ତୁରନ୍ତ ରୁଷ ଛାଡିବାକୁ ନିର୍ଦ୍ଦେଶ ଦେଇଛି । ୟୁକ୍ରେନ ସରକାରଙ୍କ ଏହି ନିର୍ଦ୍ଦେଶ ଚିନ୍ତା ଆହୁରି ବଢାଇ ଦେଇଛି ।
ସୂଚନାଯୋଗ୍ୟ ରୁଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ କୂଟନୈତିକ ଉପାୟରେ ସମସ୍ୟାର ସମାଧାନ କରିବା କଥା କହୁଥିଲେ ହେଁ ବାସ୍ତବିକ ସ୍ଥିତି ଆଉ କିଛି ନଜର ଆସୁଛି । ଅନ୍ୟପକ୍ଷରେ ୟୁକ୍ରେନ ବର୍ଡର ପାଖରେ ରୁଷ ନିଜର ସେନା ବଢାଇବା ସହ ମେଡିକାଲ ନିର୍ମାଣ ପ୍ରସ୍ତୁତି କରୁଛନ୍ତି ବୋଲି ସେଟଲାଇଟ ଫଟୋରୁ ଜଣାପଡିଛି ।