ରାହୁଲ ଓ ପ୍ରିୟଙ୍କାଙ୍କ ଲାଗି ରାଜରାସ୍ତାରେ କଂଗ୍ରେସ

ଭୁବନେଶ୍ବର (ଏସ୍ ନ୍ଯୁଜ ): ଉତରପ୍ରଦେଶରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତି ୟୁପି ପୋଲିସ ଓ ସରକାରଙ୍କ ଅମାନବୀୟ ବ୍ୟବହାରକୁ ନେଇ ଓଡିଶାରେ ତୀବ୍ର ବିରୋଧ କରାଯାଇଛି । ଏହାକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ ପ୍ରଦର୍ଶନ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ।
କଂଗ୍ରେସ କର୍ମୀ ମାଷ୍ଟରକ୍ୟାଂଟିନ ଠାରେ ପ୍ରତିବାଦ ଶୋଭାଯାତ୍ରା କରିବା ସହ ୟୁପି ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି । ୟୁପି ପୋଲିସ ପୋଷାକ ପିନ୍ଧି କଂଗ୍ରେସ କର୍ମୀ ପ୍ରତିବାଦ କରିବା ସହ ନିଆରା ଢଙ୍ଗରେ ନିଜର ପ୍ରତିବାଦ ଦେଖାଇଥିଲେ । ୟୁପି ପୋଲିସ ବିଜେପି ସରକାରଙ୍କ ଚାମଚା ବୋଲି କହିଛିି କଂଗ୍ରେସ ।

ଅନ୍ୟପଟେ, ଗ୍ରେଟର ନୋଏଡାର ଇକୋଟେକ ପୁଲିସ ଷ୍ଟେସନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୨୦୩ଜଣ କଂଗ୍ରେସ ନେତାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଏତଲାରେ କଂଗ୍ରେସ ନେତାଙ୍କ ବିରୋଧରେ ଅନେକ ଗମ୍ଭୀର ଧାରା ଲାଗୁ କରାଯାଇଥିବା ବେଳେ ପୋଲିସସରକାରଙ୍କ ହାତର କାଠପୁତ୍ତୁଳି ସାଜି ଏଭଳି କରୁଥିବା ଅଭଯୋଗ କରିଛି କଂଗ୍ରେସ ।