ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଆମେରିକାକୁ ରୁଷ କଡା ଚେତାବନୀ ମଧ୍ୟ ଦେଇଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କହିଛନ୍ତି ଯେ ୟୁକ୍ରେନ ଦେଇଥିବା ଧମକ ଲାଗି ଏହି ଆକ୍ରମଣ କରାଯାଉଛି । ସେ କହିଛନ୍ତି ଯେ ୟୁକ୍ରେନକୁ ଦଖଲ କରିବା ଋଷର ଲକ୍ଷ୍ୟ ନୁହେଁ । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆହୁରି କହିଛନ୍ତି ଯେ ଏହି ରକ୍ତପାତ ପାଇଁ ୟୁକ୍ରେନ ଦାୟୀ ରହିବ । ସେହିପରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆମେରିକା ଭଳି ଅନ୍ୟ ଦେଶମାନଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ରୁଷର କାର୍ଯ୍ୟରେ କୌଣସି ଦେଶ ମୁଣ୍ଡ ନ ପୁରାଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।
ସେହିପରି ୟୁକ୍ରେନରେ ଆମର କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ପ୍ରୟାସର ପରିଣାମ ଭୟଙ୍କର ହେବ ଯାହା ଯାହା ସେମାନେ ପୂର୍ବରୁ କେବେ ଦେଖି ନଥିବେ ବୋଲି ପୁଟିନ ଚେତାବନୀ ଦେଇଛନ୍ତି । ଆମେରିକା ଏବଂ ଏହାର ସହଯୋଗୀମାନେ ୟୁକ୍ରେନକୁ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଏବଂ ମସ୍କରେ ଯୋଗଦେବାକୁ ବାରଣ କରିଛନ୍ତି । ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଉପରେ ଏକ ଆକ୍ରମଣ ଆରମ୍ଭ କରିବାକୁ ରୁଷର ଉଦ୍ଦେଶ୍ୟକୁ ନିନ୍ଦା କରିଛନ୍ତି । ଏଥିପାଇଁ ବିଶ୍ୱ ରୁଷର ଉତ୍ତରଦାୟିତ୍ୱକୁ ଠିକ କରିବ ବୋଲି ସେ କହିଛନ୍ତି ।