ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣ କରିବାକୁ ଘୋଷଣା କରିବା ସହ ଘୋମାଘୋଟ ଯୁଦ୍ଧ ମଧ୍ୟ ଚାଲିଛି । ଏହି ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସୈନିକମାନଙ୍କୁ କହିଛନ୍ତି ଯେ, ଅସ୍ତ୍ରଶସ୍ତ୍ର ଛାଡି ନିଜ ଘରକୁ ଫେରିଯାଅ ।
ଏକ ରିପୋର୍ଟ ଅନୁଯାୟୀ ପୁଟିନ ୟୁକ୍ରେନ ସୈନିକମାନଙ୍କ କହିଛନ୍ତି ମୁଁ ଲୋକମାନଙ୍କୁ ନିବେଦନ କରୁଛି ଯେ ତୁମର ଅସ୍ତ୍ରଶସ୍ତ୍ର ଛାଡି ଘରକୁ ଫେରିଯାଅ । ଯେଉଁ ସୈନିକମାନେ ଆମ କଥା ମାନିବେ ସେମାନଙ୍କୁ ଯୁଦ୍ଧ କ୍ଷେତ୍ରରୁ ନିରାପଦରେ ଫେରିବାକୁ ଅନୁମତି ଦିଆଯିବ । ଅନ୍ୟପକ୍ଷରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ମଧ୍ୟ ରୁଷର ଆକ୍ରମଣକୁ ନିଶ୍ଚିତ କରିଛନ୍ତି ।