ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦୀଙ୍କ ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅନେକ ଭାରତୀୟ ମଧ୍ୟ ୟୁକ୍‌ରେନରେ ଫସି ରହିଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଉକ୍ତ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କ୍ୟାବିନେଟ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିବେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ କହିଛନ୍ତି ଯେ, ସ୍ଥିତି ଗମ୍ଭୀର ରହିଛି, ଏଥିରେ କୌଣସି ଦ୍ୱିମତ ନାହିଁ । ଭାରତ ଶାନ୍ତି ଚାହେଁ, ଆଲୋଚନା ଦ୍ୱାରା ସମାଧାନର ବାଟ କ?ାଯିବା ଦରକାର । ଯୁଦ୍ଧ ସୃଷ୍ଟି ଉପୁଯିବା କଥା ନୁହେଁ ।