ନୂଆଦିଲ୍ଲୀ: ଏକ ଘଡିସନ୍ଧି ମୁହୂର୍ତ୍ତରେ ୟୁକ୍ରେନର ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି । ଜାରି ରହିଛି ୟୁକ୍ରେନ-ରୁଷ ମହାଯୁଦ୍ଧ । ୟୁକ୍ରେନର ରାଜଧାନୀ ସମେତ ତିନି ପଟୁ ଦେଶକୁ ଘେରି ରହିଛି ରୁଷର ମହାସେନା । ଏଭଳି ପରିସ୍ଥିତିରେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ଏକ ବୟାନ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଚମକାଇ ଦେଇଛି । ରୁଷ ଏବେ ୟୁକ୍ରେନ ସହିତ ଆଲୋଚନା କରି ଯୁଦ୍ଧ ରୋକିବାକୁ ପ୍ରସ୍ତୁତ ଆରମ୍ଭ କରିଛି। କିନ୍ତୁ ଏଥିପାଇଁ ରକିଛି ଏକ ବିରାଟ ବଡ଼ବଡ଼ ସର୍ତ୍ତ । ଦେଶର ସୈନ୍ୟମାନଙ୍କୁ ଅସ୍ତ୍ରତ୍ୟାଗ କରି ସମର୍ପଣ କରିବା ପାଇଁ ସର୍ତ୍ତ ରଖିଛି ରୁଷ । ତେବେ ଏହାର ନିଷ୍ପତ୍ତି ନେବା କଷ୍ଟକର ହେଲେ ବି ୟୁକ୍ରେନ ରାଷ୍ଟ୍ରପତିଙ୍କ ପାଖରେ ଏବେ ରହିଛି କେବଳ ମାତ୍ର ୩ ଟି ରାସ୍ତା ।
ତେବେ ତିନୋଟି ରାସ୍ତା, ପ୍ରଥମ ଯୁଦ୍ଧରେ ହାର ମାନି ଆତ୍ମ ସମର୍ପଣ କରିବେ ନଚେତ ଦେଶ ଛାଡି ପଳାୟନ କରିବେ ରାଷ୍ଟ୍ରପତି ଜେଲେନସ୍କି ! ଶେଷ ରାସ୍ତା ଭାବେ ସେ ରୁଷ ସେନାଙ୍କ ଦ୍ୱାରା ଯଦି ଗିରଫ ହୋଇ ଯାଆନ୍ତି ତେବେ ଏହି ରକ୍ତପାତ ବନ୍ଦ ହୋଇ ପାରିବ । କାରଣ ଅନୁଯାଇ ରୁଷର ପ୍ରଥମ ଟାର୍ଗେଟ ରାଷ୍ଟ୍ରପତି ଏବଂ ତାଙ୍କ ପରିବାର । ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୌଣସି ନିଷ୍ପତ୍ତି ନ ନେଲେ ରୁଷ ସେନା ରାଷ୍ଟ୍ରପତି ଭବନ ଉପରେ ମଧ୍ୟ ବଡ ଆକ୍ରମଣ କରି କବଜା କରି ପାରନ୍ତି ।