ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଲେ ଋତୁରାଜ

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଲେ ଋତୁରାଜ ଗାଏକୱାଡ । ଆହତ ଯୋଗୁ ଭାରତୀୟ କ୍ରିକେଟର ଋତୁରାଜ ଏହି ସିରିଜରୁ ବାହାରେ ବସିଛନ୍ତି । ଅନ୍ୟପକ୍ଷରେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ଟିମରେ ସାମିଲ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଋତୁରାଜଙ୍କୁ ସାମିଲ୍‌ କରାଯାଇନଥିଲା । ସେ ଏ ପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି ଏବଂ ୧୩ ହାରରେ ୩୯ ରନ କରିଛନ୍ତି ।