ମୁମ୍ବାଇ: ମୁମ୍ବାଇରେ ଆସନ୍ତା ମାସ ମାର୍ଚ୍ଚ ୨ତାରିଖରୁ ସମସ୍ତ ସ୍କୁଲ ଖୋଲିବ । ମୁମ୍ବାଇରେ କୋଭିଡ ସଂକ୍ରମଣ ମାମଲା ହ୍ରାସ ପାଇବା ଯୋଗୁ ସେଠାକାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଶତ ପ୍ରତିଶତ କ୍ଷମତା ସହ ପାଠପଢା ଆରମ୍ଭ ହେବ ।
ସୂଚନାଯୋଗ୍ୟ ଯେ, କୋଭିଡ ଲାଗି ସ୍କୁଲ ବନ୍ଦ ରହିବା ଯୋଗୁ ଦୁଇବର୍ଷ କାଳ ପିଲାମାନେ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି । ଅନ୍ୟପକ୍ଷରେ ବିଏମସି ଏହି ଘୋଷଣା କରିବା ପୂର୍ବରୁ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ରାଜ୍ୟରେ ପୁଣିଥରେ ସ୍କୁଲ ଓ କଲେଜ ଖୋଲିବା ନେଇ ଅଧିକାରୀଙ୍କ ସହ ବୈଠକ କରିଥିଲେ ।