ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ଘୋମାଘୋଟ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଇଣ୍ଡିଗା ଏୟାରଲାଇନ ବୁଦାପେଷ୍ଟ ପର୍ଯ୍ୟନ୍ତ ଦୁଇଥର ଉଡ଼ାଣ ଭରିବ । ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ପ୍ରଥମେ ବିମାନ ଇସ୍ତାନବୁଲ ପର୍ଯ୍ୟନ୍ତ ଯିବ ପରେ ହଙ୍ଗେରିର ବୁଦାପେଷ୍ଟରେ ପହଞ୍ଚିବ । ଫେରିବା ବେଳେ ଏହି ବିମାନ ଇସ୍ତାନବୁଲ ଦେଇ ଦିଲ୍ଲୀରେ ପହଞ୍ଚିବ । ୟୁକ୍ରେନ-ରୁଷ ଲଢେଇ ଭିତରେ ଫସି ରହିଥିବା ନିଜ ନାଗରିକଙ୍କୁ ଭାରତ ସରକାର ଫେରାଇ ଆଣୁଛନ୍ତି । ସେହିପରି ଏୟାର ଇଣ୍ଡିଆ ବିମାନ ଦ୍ୱାରା ୟୁକ୍ରେନରେ ଫସିଥିବା ୬୮୮ ଜଣ ଭାରତୀୟଙ୍କୁ ବୁଦାପେଷ୍ଟ ଦେଇ ସ୍ୱଦେଶ ଅଣାଯାଇଛି ।
ଅନ୍ୟପକ୍ଷରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପ୍ରାୟ ୧୩ହଜାର ଭାରତୀୟ ଏବେ ୟୁକ୍ରେନରେ ଫସି ରହିଛନ୍ତି । ସେମାନଙ୍କୁ କେନ୍ଦ୍ର ସରକାର ଖୁବଶୀଘ୍ର ଭାରତ ଫେରାଇ ଆଣିବା ପ୍ରସ୍ତୁତ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଅପରେସନ ଗଙ୍ଗା ଅଧୀନରେ ବୁଖାରେଷ୍ଟରୁ ୨୧୯ ଜଣଙ୍କୁ ନେଇ ପ୍ରଥମ ବିମାନ ମୁମ୍ୱାଇରେ ପହଞ୍ଚିଥିଲା ।