ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ୟୁକେନ୍ରରେ ଥିବା ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ୟୁକ୍ରେନରେ ଥିବା ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏଥର କୌଣସି ଆକ୍ରମଣରେ ମୃତ୍ୟୁ ହୋଇନାହିଁ ବରଂ ବ୍ରେନ ଷ୍ଟ୍ରୋକ ହେବାରୁ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ମୃତ ଛାତ୍ର ଜଣକ ପଞ୍ଜାବର ଚନ୍ଦନ ଜିନ୍ଦଲ ବୋଲି ଜଣାପଡିଛି । ଚନ୍ଦନଙ୍କୁ ବ୍ରେନ ଷ୍ଟ୍ରୋଟ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ହୋଇଥିବା ସୂଚନା ମିଳିଛି ।