ଭୁବନେଶ୍ୱର : ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ ଯୋଗେ ଆସୁଥିବା ୧୬ କୋଟି ଟଙ୍କାର ସୁନା ସିଜ ଜିଆର୍ପି । ଏହା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ସୂଚନାଯୋଗ୍ୟ ଯେ, କୋଣାର୍କ ଏକ୍ସପ୍ରେସରେ ସୁନା ଆସୁଥିବା ଜିଆରପିକୁ ସୂଚନା ମିଳିଥିଲା । ତେବେ ସୂଚନା ଆଧାରରେ ଏହି ଚଢାଉ କରିଥିବା ଜିଆରପି । ଏହି ଚଢାଉ କରି ରେ ଜିଆରପିକୁ ୪ଟି ବ୍ୟାଗରୁ ପାଖାପାଖି ୩୨ କେଜି ସୁନା ସିଜ କରିଥିଲା । ଯାହାର ଦାମ ପାଖାପାଖି ୧୬ କୋଟି ଟଙ୍କା ହେବ । ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ ଏନେଇ ସ୍ପଷ୍ଟ କରାଯାଇନାହିଁ । ତେବେ ଏନେଇ ତଦନ୍ତ ଚଳାଇଛି ଜିଆରପି ।