ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ପରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏହି ବିବୃତ୍ତିରେ କୁହାଯାଇଛି ଯେ ରୁଷ ସେନା ଭାରତୀୟ ଛାତ୍ରମାନଙ୍କୁ ୟୁକ୍ରେନର କିଭ ଏବଂ ଖାର୍କିଭ ସହରରୁ ବାହାର କରିବାରେ ସାହାଯ୍ୟ କରୁଛି । କିନ୍ତୁ ୟୁକ୍ରେନ ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ କରି ରଖିଛି ।
ଅନ୍ୟପକ୍ଷରେ ରୁଷ କହିଛି ଯେ, ୟୁକ୍ରେନର ଥିବା ସବୁଠୁ ବଡ ସହର ଖାର୍କିଭରୁ ଭଭାରତୀୟମାନଙ୍କୁ ସ୍ଥାନାନ୍ତର କରାଯିବା ଉଚିତ । ସୂଚନାଯୋଗ୍ୟ ଯେ, ୟୁକ୍ରେନରୁ ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର କରିବାରେ ରୁଷ ସାହାଯ୍ୟ କରିବା ଉଚିତ ବୋଲି ଭାରତ ପକ୍ଷରୁ ଦାବି କରାଯାଇଥିଲା । ତେବେ ଏହି ସମୟରେ ରୁଷ ମଧ୍ୟ ୟୁକ୍ରେନ ବିରୋଧରେ ଏହି ଅଭିଯୋଗ ଆଣିଛି । ରୁଷ କହିଛି ଯେ ଟ୍ୟାଙ୍କରେ କେବଳ ଭାରତୀୟ ଛାତ୍ରଙ୍କୁ ସୁରକ୍ଷା ଦିଆଯାଉଛି ତେବେ ଏଥିରେ ବାଧା ସୃଷ୍ଟି ହେଉଛି । ସେହିପରି ରୁଷ ଦାବି କରିଛି ଯେ, ଯେଉଁ ଟ୍ୟାଙ୍କଗୁଡ଼ିକରେ ଅଟକାଯାଉଛି, କେବଳ ଭାରତୀୟ ଛାତ୍ରମାନଙ୍କୁ ଢାଲ କରାଯାଉଛି ।