ଭୁବନେଶ୍ୱର : କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଭାରତ-ଦ.ଆଫ୍ରିକା ମଧ୍ୟରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ବିସିସିଆଇ କ୍ରୀଡାସୂଚୀ ଘୋଷଣା କରିଛି । ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରୁ ଗୋଟିଏ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି ଯେ, ଭାରତ-ଦ.ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍ ଆଇପିଏଲ-୨୦୨୨ ପରେ ଖେଳାଯିବ ।
ଏକ ରିପୋର୍ଟ ଅନୁଯାୟୀ ଭାରତ-ଦ.ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ କଟକ, ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଏବଂ ଚେନ୍ନାଇରେ ଆୟୋଜନ ହେବ । ସୂଚନାଯୋଗ୍ୟ ଯେ, କଟକ ବାରବାଟୀରେ ପୂର୍ବରୁ କରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ କଟକରେ ହେବାକୁ ଥିବା କ୍ରିକେଟ ସିରିଜ ଭେନ୍ୟୁ ବଦଳାଇଥିଲା ।