ଅଷ୍ଟ୍ରେଲୀୟ କ୍ରିକେଟ୍ କିମ୍ବଦନ୍ତୀ ସେନ ୱାର୍ଣ୍ଣଙ୍କ ପରଲୋକ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଦଳର ଜଣାଶୁଣା କ୍ରିକେଟର ତଥା ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର କିମ୍ବଦନ୍ତୀ ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ହୃଦଘାତରେ ପରଲୋକ ଘଟିଛି । ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ କ୍ରିକେଟ ଜଗତର ସ୍ପିନର ସେନ ୱାର୍ଣ୍ଣଙ୍କ ଥାଇଲାଣ୍ଡରେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।

ତାଙ୍କ ଭିଲ୍ଲାରୁ ୱାର୍ଣ୍ଣଙ୍କ ମୃତଦେହ ମିଳିଥିଲା । ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ତାଙ୍କୁ ବଂଚାଇ ପାରିନଥିଲେ । ୱାର୍ଣ୍ଣ ତାଙ୍କ ମୃତ୍ୟୁ ସମୟରେ ଥାଇଲ୍ୟାଣ୍ଡରେ ଥିଲେ । ୱାର୍ଣ୍ଣର ହଠାତ୍ ବିଦାୟ ସମଗ୍ର କ୍ରିକେଟ୍ ଜଗତ ପାଇଁ ଏକ ବଡ଼ ପ୍ରତିବନ୍ଧକ ।