ଆଉ ୬୫ ଓଡିଆ ଛାତ୍ର ଖାରକିଭ୍ ରୁ ଉଦ୍ଧାର ହେଲେ
୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 65ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମା କୁ ଆଣିବା ପାଇଁ ସଫଳ ହୋଇଛନ୍ତି । ସେ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି।
ୟୁକ୍ରେନର ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମକୁ ଜୋରଦାର କରିଛନ୍ତି। ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ ହୋଇଛନ୍ତି। #OdishaCares #Ukraine pic.twitter.com/zugdGU1Xsx
— I & PR Department, Odisha (@IPR_Odisha) March 4, 2022
ଏ ପର୍ଯ୍ୟନ୍ତ 199 ଛାତ୍ରଛାତ୍ରୀ ନିରାପଦ ରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । ନୂଆଦିଲ୍ଲୀ ସ୍ଥିତ Resident commission office ଉଦ୍ଧାର କାର୍ଯ୍ୟ ରେ ସମନ୍ୱୟ ରକ୍ଷା କରୁଛନ୍ତି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ସମନ୍ବୟ ରଖିବା ପାଇଁ ଦାୟିତ୍ବ ଦେଇଛନ୍ତି ।