ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦ୍ୱାରା ବିକଶିତ ‘କବଚ’ ଯାହା ଟ୍ରେନ ଧକ୍କା-ନିରୋଧୀ ବ୍ୟବସ୍ଥା । ଜିରୋ ଆକ୍ସିଡେଣ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ଏହି ଅଟୋମେଟିକ ଟ୍ରେନ ପ୍ରୋଟେକସନ ବ୍ୟବସ୍ଥା ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ କରାଯାଇଛି । ରେଳ ଧାରଣା ଉପରେ ଆଉ ଗୋଟାଏ ଟ୍ରେନ ଆସୁଥିବା ନିର୍ଦ୍ଧାରିତ ଦୂରତ୍ୱରୁ ଦେଖିବା ମାତ୍ରେ ଅଟୋମେଟିକ ଟ୍ରେନକୁ ଅଟକାଇ ଦେବା ପାଇଁ ‘କବକ’କୁ ଡିଜାଇନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଆଜି ଗୋଟିଏ ଟ୍ରେନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟଟିରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ବସିଥିବା ଦୁଇଟି ଟ୍ରେନ ସିକନ୍ଦରାବାଦରେ ପରସ୍ପର ଆଡକୁ ଦ୍ରୁତ ବେଗରେ ଗତି କରିବେ । କିନ୍ତୁ ଉଭୟ ଟ୍ରେନ ପରସ୍ପର ସହ ମୁହାଁମୁହିଁ ଧକ୍କା ଖାଇବେ ନାହିଁ । ଧକ୍କା ନହେବାର କାରଣ ହେଉଛି ‘କବଚ’ ।