କୋଭିଡ ପରିଚାଳନା ଅବ୍ୟବସ୍ଥା ପ୍ରସଙ୍ଗ: ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ବର( ଏସ୍ ନ୍ଯୁଜ): ରାଜ୍ୟରେ ଯାଞ୍ଚ ହେବ କୋଭିଡ ହସ୍ପିଟାଲର ସ୍ଥିତି । କେମିତି ଚାଲିଛି କୋଭିଡ ପରିଚାଳନା । ଏନେଇ ବିଭାଗୀୟ ମନ୍ତ୍ରୀ ଏକ ଟିମ୍ ଗଠନ କରି ସ୍ଥିତି ଯାଂଚ କରିବା ପାଇଁ ବିଧାନସଭାରେ ରୁଲିଂ ଦେଇଛନ୍ତି ବାଚସ୍ପତି ।

ବିଧାନସଭାରେ କୋଭିଡ ହସ୍ପିଟାଲ ପରିଚାଳନା ଅବ୍ୟବସ୍ଥା ବାରମ୍ବାର ଅଭିଯୋଗ କରିଥିଲେ ବିଧାୟକମାନେ । ବିଧାୟକଙ୍କ ଅଭିଯୋଗକୁ ଆଧାର କରି ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲ ସ୍ଥିତି ଯାଂଚ ନେଇ ବାଚସ୍ପତିଙ୍କ ରୁଲିଂ ଦେଇଛନ୍ତି ।

ପୂର୍ବରୁ ବିଧାନସଭା ଅଧିବେଶନ ବେଳେ କୋଭିଡ ପରିଚାଳନାରେ ଅବ୍ୟବସ୍ଥା ନେଇ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରଥିଲା ବିରୋଧୀ । ଏନେଇ ଗୃହରେ ବିରୋଧୀ ଅନେକ ଥର ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ ଆଜି ବାଚସ୍ପତି ହସ୍ପିଟାଲ ଯାଞ୍ଚ କରିବାକୁ ରୁଲିଂ କରିଛନ୍ତି ।