ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଯୁଦ୍ଧ । ରୁଷ ଆକ୍ରମଣରେ ଥରହର ହେଲାଣି ୟୁକ୍ରେନ । ସେହିପରି ଏହି ଆକ୍ରମଣ ପରେ ଲକ୍ଷ ଲକ୍ଷ ଜନସାଧାରଣ ୟୁକ୍ରେନ ଛାଡି ପଡୋଶୀ ଦେଶକୁ ଚାଲିଗଲେଣି । ଅନ୍ୟପକ୍ଷରେ ରୁଷର ଘନ ଘନ ମିସାଇଲ ମାଡରେ ଧ୍ୱଂସ ହେଲଣି ୟୁକ୍ରେନର ରାଜଧାନୀ କିଭ ସମେତ ଖାରକିଭ, ସୁମୀ, ମାରିୟୁପୋଲ ଓ ଓଡେଶା ।
ତେବେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ସୁମୀରେ ପ୍ରାୟ ୭୦୦ ଭାରତୀୟ ଏବେ ବି ଫସିରହିଛନ୍ତି । ତେବେ ସେଠାରେ ବି ରୁଷ ଆକ୍ରମଣ କରିଚାଲିଛି । ରୁଷ ଆକ୍ରମଣରେ ସୁମୀରେ ୨ ଜଣ ଶିଶୁ ସହ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି । ସେହିପରି ଅନେକ ଆହତ ମଧ୍ୟ ହୋଇଛନ୍ତି । ରୁଷ ସେନାର ମିସାଇଲ ମାଡରେ ସୁମୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ସୂଚନାଯୋଗ୍ୟ ଯେ, ଗତ ୧୩ ଦିନ ହେଲା ୟୁକ୍ରେନରେ ଲଗାତର ରୁଷ ସେନା ଆକ୍ରମଣ କରିଚାଲିଛି ।