ଜାଡେଜା ବିଶ୍ୱର ନମ୍ବର ୱାନ୍‌ ଅଲରାଉଣ୍ଡର: ଆଇସିସି

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ବିଶ୍ୱର ବିଶ୍ୱର ନମ୍ବର ୱାନ୍‌ ଅଲରାଉଣ୍ଡର ମାନ୍ୟତା ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ରବୀନ୍ଦ୍ର ଜାଡେଜା । ସେ ପ୍ରଥମେ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ ପରେ ବୋଲିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ଅନ୍ୟପକ୍ଷରେ ଆଇସିସି ଦ୍ୱାରା ଜାରି କରାଯାଇଥିବା ଅଲରାଉଣ୍ଡର ରାଙ୍କିଂ ତାଲିକାରେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି ଜାଡେଜା । ଜାଡେଜାଙ୍କ ଟେଷ୍ଟ ରାଙ୍କିଂ ୪୦୬ ପଏଣ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ମୋହାଲି ଟେଷ୍ଟରେ୧୭୫ରନର ଇନିଂସ ଖେଳିଥିଲେ ଜାଡେଜା । ପରେ ବୋଲିଂରେ ମଧ୍ୟ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ ଜାଡେଜା । ଶ୍ରୀଲଙ୍କା ମ୍ୟାଚ ପୂର୍ବରୁ ସେ ଅଲରାଉଣ୍ଡର ରାଙ୍କିଂରେ ୩ ନମ୍ବରରେ ଥିଲେ । କିନ୍ତୁ ବର୍ତ୍ତମାନ ଏବେ ଅଲରାଉଣ୍ଡର ରାଙ୍କିଂରେ ଶୀର୍ଷରେ ରହିଛନ୍ତି ଜାଡେଜା । ସେହିପରି ଦ୍ୱିତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜେସନ ହୋଲଡର ଓ ୩ ନମ୍ବରରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି ।