ମାର୍ଚ୍ଚ ୨୭ରେ କେଜିଏଫ-୨ର ଟ୍ରେଲର

ନୂଆଦିଲ୍ଲୀ: ୨୦୧୮ରେ ରିଲିଜ୍‌ ହୋଇଥିବା କନ୍ନଡ ଫିଲ୍ମ କେଜିଏଫ ଚାପ୍ଟର ୧ର ଅଭୁତପୂର୍ବ ସଫଳତା ଆଣିଥିଲା । ଯାହା ପରେ ଦର୍ଶକ ଏହାର ଦ୍ୱିତୀୟ ପାର୍ଟ ଦେଖିବାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଫିଲ୍ମର ଏକାଧିକ ପୋଷ୍ଟର ବ ରିଲିଜ୍‌ ହୋଇଛି । ଏବେ ୟଶ୍‌ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମ ନିର୍ମାତା ଘୋଷଣା କରିଛନ୍ତି ଯେ, ମାର୍ଚ୍ଚ ୨୭ରେ କେଜିଏଫ-୨ର ଟ୍ରେଲର ରିଲିଜ୍‌ ହେବ ।

ଏହି ଘୋଷଣା ସହ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ସେୟାର କରାଯାଇଛି । ପୋଷ୍ଟରରେ ୟଶଙ୍କ ଦମଦାର ଲୁକ୍‌ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫଟୋ ସହ କ୍ୟାପସନରେ ଲେଖାଯାଇଛି ଯେ, ଝଡ ପୂର୍ବରୁ ସବୁବେଳେ ଘଡଘଡି ମାରେ । ତେବେ କନଡ ଭାଷାରେ ନିର୍ମିତ ଏହି ଫିଲ୍ମକୁ ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟାଲମ୍‌ ଭଳି ଅନେକ ଭାଷାରେ ଡବିଂ କରାଯିବ ।