ଭୁବନେଶ୍ୱର (ଏସ୍ ନ୍ଯୁଜ ): ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୩୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେନ୍ଦ୍ରାପଡା ୨ ଜଣ, ବୌଦ୍ଧ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଅନ୍ଯପଟେ ଆଜି ରାଜ୍ୟରେ ୩୩୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି ପାଇଛି।
୩୦ଟି ଜିଲ୍ଲାରୁ ଚିହ୍ନଟ କ୍ରାନ୍ତଙ୍କ ମଧ୍ୟରୁ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୧, ଗଞ୍ଜାମ ଜିଲ୍ଲାରୁ ୫୭, ବଲାଙ୍ଗୀର ଜିଲ୍ଲାରୁ ୧୦୩, ବାଲେଶ୍ବର ଜିଲ୍ଲାରୁ ୧୨୨, କୋରାପୁଟ ଜିଲ୍ଲାରୁ ୪୫, ଭଦ୍ରକ ୩୬, ରାୟଗଡ଼ା ଜିଲ୍ଲାରୁ ୫୩, ପୁରୀ ଜିଲ୍ଲାରୁ ୧୪୦, ସୁନ୍ଦରଗଡ଼ ଜିଲ୍ଲାରୁ ୯୩, ଜଗତସିଂହପୁର ଜିଲ୍ଲାରୁ ୮୦, ସମ୍ବଲପୁର ଜିଲ୍ଲାରୁ ୧୦୭, କଳାହାଣ୍ଡି ଜିଲ୍ଲାରୁ ୭୭, ଯାଜପୁର ଜିଲ୍ଲାରୁ ୧୪୮, କନ୍ଧମାଳ ଜିଲ୍ଲାରୁ ୬୦, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୩, ମାଲକାନଗିରି ଜିଲ୍ଲାରୁ ୧୯, ଗଜପତି ଜିଲ୍ଲାରୁ ୨୨, ମୟୂରଭଞ୍ଜ ଜିଲ୍ଲାରୁ ୧୩୧ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୭, ଢେଙ୍କାନାଳ ଜିଲ୍ଲାରୁ ୮୫, ନବରଙ୍ଗପୁର ଜିଲ୍ଲାରୁ ୬୧, କେନ୍ଦୁଝର ଜିଲ୍ଲାରୁ ୧୦୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୫, ଅନୁଗୁଳ ଜିଲ୍ଲାରୁ ୧୧୯, ବରଗଡ଼ ଜିଲ୍ଲାରୁ ୯୪, ନୂଆପଡ଼ା ଜିଲ୍ଲାରୁ ୧୪୭, ଦେବଗଡ଼ରୁ ୨୧ ଓ ବୌଦ୍ଧ ଜିଲ୍ଲାରୁ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୪୯ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଣେ ଆଜି କରୋନାରେ ୧୫ଜଣଙ୍କର ମୃତ୍ୟୁ ଘଟିଛି।
ଏବେ ରାଜ୍ୟରେ ମୋଟ୍ ୧,୯୮,୧୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୫୫୯ ରହିଛି।