ଲୋକଙ୍କ ଉପରକୁ ଗାଡ଼ି ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ: କଂଗ୍ରେସ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଅନିୟନ୍ତ୍ରିତ ବେଗର ଗାଡ଼ି ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ , ତେବେ ତାହା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ ବୋଲି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପଦ୍ମାକର ଗୁରୁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଇନ ଅନୁଯାୟୀ  ଅବିଳମ୍ବେ ନିରପେକ୍ଷ ତଦନ୍ତ କରାଯାଉ । ଘଟଣାର ପର୍ଦ୍ଦାଫାସ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ ।