ରଣବୀର- ଆଲିଆଙ୍କର ପଡିବ ହାତଗଣ୍ଠି

ଆଲିଆ ଭଟ୍ଟ ବର୍ତ୍ତମାନ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । ଏପର୍ଯ୍ୟନ୍ତ ଏହି ଦୁଇ କଳାକାରଙ୍କ ଠାରୁ କୌଣସି ପ୍ରକାରର ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଦୁହିଁଙ୍କ ବିବାହ ତାରିଖକୁ ଖବର ସାମ୍ନାକୁ ଆସିଛି।