ଆହାତ ସୈନିକଙ୍କ ମନବୋଳ ବଢାଉଛନ୍ତି ଜେଲେନସ୍କି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଲଢେଇ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣ ଲୋକ ଓ ୟୁକ୍ରେନ ସେନା ମଧ୍ୟ ନିହତ ହୋଇଛନ୍ତି । ଏହାସହ ଅନେକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାର ମଧ୍ୟରେ ୟକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଦେଶର ସେନା ଓ ଲୋକଙ୍କୁ ପ୍ରେରିତ କରୁଛନ୍ତି । ସେହିପରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷ ଆକ୍ରମଣରେ ଆହତ ହୋଇଥିବା ସୈନିକଙ୍କୁ ଭେଟିବାକୁ ହସ୍ପିଟାଲକୁ ଯାଇ ଭେଟିବା ସହ ରୁଷ ଆକ୍ରମଣରେ ପ୍ରାଣ ହରାଇଥିବା ସୈନିକଙ୍କୁ ‘ୟୁକ୍ରେନର ନାୟକ’ ଭାବେ ୟକ୍ରେନ ରାଷ୍ଟ୍ରପତି ଘୋଷଣା କରିଥିଲେ । ଏହି ସମୟରେ ସେ ଆହତ ସୈନିକଙ୍କୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ । ଅନ୍ୟପକ୍ଷରେ ୟକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଆହତ ସୈନିକଙ୍କୁ କହିଥିଲେ ଯେ ଆପଣମାନେ ଯଥାଶୀଘ୍ର ଠିକ୍‌ ହୋଇଯାଅ, ଆପଣମାନେ ଯାହା କରିଛନ୍ତି ତା’ର ଉପହାର ବିଜୟ ହେବ ବୋଲି ମୁଁ ମନେ କରୁଛି ।