ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲାଣି ଚୀନ୍‌ । ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି । ମାତ୍ର  ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ନୂଆ ମାମଲା ଆସୁଛି ।  ଆଜି ଚାଇନାରେ ୫୨୮୦ ନୂଆ କରୋନା ମାମଲା ଆସିଥଇବା ବେଳେ, ଏହା ଦେଶର ସବୁଠାରୁ ଦ୍ରୁତ ସଂକ୍ରମଣ ବୋଲି କୁହାଯାଉଛି । ଅନ୍ୟପଟେ, ଡବ୍ଲୁଏଚଓ ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ନେଇ ଚେତାବନୀ ଦେଇଛି । ଡବ୍ଲୁଏଚଓ କହିଛି ଏହି ସଂକ୍ରମଣ ଚତୁର୍ଥ ଲହର ଆଣିପାରେ । ଡେଲଟା ଏବଂ ଓମିକ୍ରନ୍ ମିଳନରେ ଏହି ସଂକ୍ରମଣ ବଢ଼ୁଛି ।

ସବୁଠାରୁ ବଡ଼କଥା ହେଉଛି ଏହି ନୂତନ କରୋନା ସଂକ୍ରମଣ ଯୋଗୁ ଚାଇନାର ୧୦ଟି ସହରରେ ଲକଡାଉନ ଲାଗୁ କରାଯାଇଛି । ଲକଡାଉନ ଯୋଗୁ ୩ କୋଟିରୁ ଅଧିକ ଲୋକ ଗୃହବନ୍ଦୀ ହୋଇଛନ୍ତି ।