‘ଦି କଶ୍ମୀର ଫାଇଲ୍ସ’କୁ ବିରୋଧ କରୁଥିବା ଲୋକଙ୍କୁ ନିଶାନା କଲେ ମୋଦି

ନୂଆଦିଲ୍ଲୀ: ଦ କଶ୍ମୀର ଫାଇଲ୍ସ ସିନେମା ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ସଂସଦୀୟ ଦଳ ବୈଠକକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦଶନ୍ଧି ଦଶନ୍ଧି ଧରି ଲୁଚାଯାଇଥିବା ସତ୍ୟ ସାମ୍ନାକୁ ଆସିଛି । ଏଥିରେ କିଛି ଲୋକେ ବିଚଳିତ ହୋଇ ଉଠିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆମେ ଦେଖି ଆସୁଛୁ ଗତ କିଛି ଦିନ ହେଲୋ ସେମାନେ ଭୟଭୀତ ହୋଇଯାଇଛନ୍ତି ଏବଂ ସମାଲୋଚନା କରୁଛନ୍ତି ।

ଅନ୍ୟପକ୍ଷରେ ଏହା ଉପରେ କେହି ବି ଚର୍ଚ୍ଚା କରୁନାହାନ୍ତି, କିନ୍ତୁ ଏହାକୁ ବିରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଫିଲ୍ମ ଉପରେ କାହାର ଆପତ୍ତି ଅଛି ତେବେ ଅନ୍ୟ ଗୋଟିଏ ନିର୍ମାଣ କରିନିଅନ୍ତୁ । ସେହିପରି ମୋଦୀ କହିଛନ୍ତି ଯେ, ଫିଲ୍ମରେ ଏମିତି ସତ୍ୟକୁ ଉପସ୍ଥାପନ କରାଯାଇଛି ଯାହାକୁ ଅନେକ ବର୍ଷରୁ ଦବେଇ ଦିଆ ଯାଇଥିଲା । ଏମିତି ଫିଲ୍ମ ବାରମ୍ବାର ନିର୍ମାଣ ହେବା ଉଚିତ । ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ ଯେ, ସେହି ସମୟରେ ଯଦି କେହି ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଫିଲ୍ମ ପ୍ରସ୍ତୁତ କରିଥାନ୍ତେ ଏବଂ ଦୁନିଆ ସମ୍ମୁଖରେ ରଖିଥାନ୍ତେ ତା’ହେଲେ ଆମେ ମେସେଜିଂ କରି ପାରିଥାନ୍ତେ । ପ୍ରଥମଥର ପାଇଁ ଜଣେ ବିଦେଶୀ ଗାନ୍ଧୀଙ୍କ ଉପରେ ଫିଲ୍ମ ନିର୍ମାଣ କରିଥିଲେ । ଆଉ ଉକ୍ତ ଫିଲ୍ମକୁ ଯେବେ ଓସ୍କାର ପୁରସ୍କାର ମିଳିଲା ସେତେବେଳେ ସମସ୍ତେ ଜାଣିଲେ ମହାତ୍ମା ଗାନ୍ଧୀ କେତେ ବଡ ମହାନ ବ୍ୟକ୍ତି ଥିଲେ ।