ଭୁବନେଶ୍ୱର: ଆଜି ଜାତୀୟ ଟିକାକରଣ ଦିବସ । ଏହି ଅବସରରେ ଆଜିଠୁ ୧୨ରୁ ୧୪ ବର୍ଷର ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇଛି । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦିଆଯିବା ନେଇ ଘୋଷଣା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟରେ ଟିକାକରଣ ଶୁଭାରମ୍ଭ କରାଯାଇଛି । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଜାରି ରହିଥିବାବେଳେ ଆଜି ଠାରୁ ୧୨ରୁ ୧୪ ବର୍ଷ ପିଲା ଟିକା ନେଉଛନ୍ତି ।