ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ ନିର୍ଦ୍ଦେଶ

ଋଷ୍‌-ୟୁକ୍ରେନ୍ ଯୁଦ୍ଧକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ : ମିସାଇଲ ଏବଂ ବୋମା ମାଡରେ ଥରିଯାଉଛି ସାରା ୟୁକ୍ରେନ । ଗତ ୨୦ ଦିନରୁ ଆକ୍ରମଣ ଉପରେ ଆକ୍ରମଣ କରି ଚାଲିଛି ଋଷ ସେନା । ଋଷ୍‌-ୟୁକ୍ରେନ୍ ଯୁଦ୍ଧକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ କୋର୍ଟ । ଉଭୟ ଦେଶର ଯୁଦ୍ଧ ବନ୍ଦ କରିବା ପାଇଁ ଭଝିରେ ଆସିଛନ୍ତି ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ) । ଆଜି ଏହାର ଶୁଣାଣି ବେଳେ କୋର୍ଟ ଋଷକୁ ଆକ୍ରମଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଓ ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ତାଗିଦ୍ କରିଛନ୍ତି । ରୁଷ୍ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ ବୋଲି ମଧ୍ୟ କହିଲେ ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ।

ଉଭୟ ଦେଶକୁ କୋର୍ଟଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ ବୋଲି କୁହାଯାଇଛି । ପରସ୍ପର ଦେଶଖୁ ସୈନ୍ୟ ପ୍ରେରଣ ନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ୟୁକ୍ରେନ ସୈନିକଙ୍କ ଦ୍ୱାରା ଋଷ ବିରୁଦ୍ଦରେ ଅସ୍ତ୍ରଶସ୍ତ୍ର ଛାଡିବା ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଆଇସିଜେ । କୋର୍ଟଙ୍କ ଏହି ନିଷ୍ପତ୍ତିରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଖୁସି ବ୍ୟକ୍ତ କରିଛନ୍ତି । ତେବେ ଆନ୍ତର୍ଜାତୀୟ ଆଇନ ଅନୁସାରେ ଏହି ନିର୍ଦ୍ଦେଶକୁ ବାଧ୍ୟ ହେବ ଋଷ । ଯଦି ଏହି ନିର୍ଦ୍ଦେଶକୁ ଋଷ ନ ମାନେ ତେବେ ଏକ ଘରିଆ ହେବା ନିଶ୍ଚୟ । ସୂଚନା ଥାଉକି,ଏହାପୂର୍ବରୁ ମାର୍ଚ୍ଚ ୭ରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲା ଋଷ ।