ଗୁରୁବାର ରାଶିଫଳ ( ୧୭-୦୩-୨୦୨୨ ) ଜାଣନ୍ତୁ..

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କୁ ଅଫିସରେ ସାବଧାନ ରହିବାକୁ ହେବ। ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ସନ୍ତାନସନ୍ତତି ଉନ୍ନତି କରିବେ। ବାଣିଜ୍ୟରେ ପ୍ରସାର ହେବ। କଠିନ ପରିସ୍ଥିତିରେ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଜୀବନସାଥୀଙ୍କ ପ୍ରତି ବ୍ୟବହାର ବଦଳାନ୍ତୁ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ।

ବୃଷ: ଚାକିରିରେ କାର୍ଯ୍ୟବହୁଳ ରହିବ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଦିନଟି ଆପଣଙ୍କ ଲାଗି ବହୁତ ଭଲ। ବଡ଼ରୁ ବଡ଼ ସମସ୍ୟାର ସମାଧାନ ବାହାରିବ। ଆପଣଙ୍କ କନ୍ୟା ଲାଗି ବିବାହ ପ୍ରସ୍ତାବ ଆସିବ। କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ଧଳା।

ମିଥୁନ: ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ଚାକିରିରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀମାନେ ସଫଳ ହେବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ। ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ।

କର୍କଟ: କର୍ମକ୍ଷେତ୍ରରେ ଉତ୍ତେଜନା ପରିସ୍ଥତି ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ ସ୍ଥାନାନ୍ତର ହୋଇପାରେ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀମାନେ ଅସ୍ଥିର ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ଧଳା।

ସିଂହ: ମହିଳାମାନେ ଆଦରଣୀୟା ହେବେ। ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ବ୍ୟବସାୟୀ ନିଜର ଜରୁରୀ କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ବିବାହିତ ନିଜର ଜୀବନସାଥୀଙ୍କୁ ଅଧିକ ସମୟ ଦେବେ। ଅନ୍ୟର ସହଯୋଗ ପାଇ ଆଗେଇବେ। ରାଜନୀତିରେ ଖ୍ୟାତି ବଢ଼ିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ- ପିଙ୍କ୍‌।

କନ୍ୟା: କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ଜୀବନସାଥୀଙ୍କ ସହ ବ୍ୟବସାୟ ବିଷୟରେ କଥା ହୋଇପାରନ୍ତି। କର୍ମକ୍ଷେତ୍ରରେ ବ୍ୟୟ ବହୁଳତା ରହିବ। ଚାକିରିରେ ଚାପ ରହିବ। ରାଜନୀତିରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌। ସ୍କୁଲ ସାଙ୍ଗ ସହ ଆପଣଙ୍କର ଭେଟ ହେବ।

ତୁଳା: ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ। ସାମାଜିକ କାର୍ଯ୍ୟ କରିବା ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ହେବ। ଘରୋଇ କଂପାନିରେ ଚାକିରି ମିଳିପାରେ। ସ୍ବପ୍ନ ସାକାର ହେବ। ସାଂସାରିକ ସୁଖସମ୍ମାନ, ସମୃଦ୍ଧି ପ୍ରାପ୍ତି ହେବ। ରାଜନୀତିରେ ଧନ ସମ୍ମାନ ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ- କଳା।

ବିଛା: ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ। ବ୍ୟବସାୟୀ କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ। ବଡ଼ଧରଣର ସଫଳତା ପାଇପାରନ୍ତି। ରାଜନୀତିରେ ସକ୍ରିୟ ଭୂମିକା ରହିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ପିଙ୍କ୍‌।

ଧନୁ: ପରିବାରରେ କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ଅଫିସରେ ନୂଆ ଦାୟିତ୍ବ ପାଇପାରନ୍ତି। ବାରମ୍ବାର ଚେଷ୍ଟା କରି ସଫଳତା ପାଇବେ। ମହିଳାମାନେ ଧର୍ମ ପରାୟଣା ହେବେ। ରାଜନୀତିରେ ଜନସେବାର ବ୍ରତୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀମାନେ ସଫଳ ହେବେ। ଶୁଭ ଅଙ୍କ- ୨ ,ଶୁଭ ରଙ୍ଗ- ଧଳା। ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ।

ମକର: ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ ସମସ୍ୟା ଘେରରେ ରହିବେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ସିଲଭର୍‌। କାମ କରିବା ସମୟରେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ। ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ।

କୁମ୍ଭ: ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ- ୩,ଶୁଭ ରଙ୍ଗ-ଗୋଲ୍‌ଡେନ୍‌। ବାଟରେ ଯିବାବେଳେ କୌଣସି ବନ୍ଧୁ ସହିତ ଦେଖା ହେବ।

ମୀନ: ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅନୁଶାସନପ୍ରିୟ ହେବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ- ମେରୁନ୍‌। ଆପଣଙ୍କ କଥା କହିବା ଶୈଳୀ ପାଇଁ ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ।