ନୂତନ ଜର୍ସି ଲଞ୍ଚ କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଚଳିତବର୍ଷ ଆଇପିଏଲ-୨୦୨୨ ଟୁର୍ଣ୍ଣାମେଣ୍ଟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନୂଆ ଜର୍ସି ଲଞ୍ଚ କରିଛି । ଏହି ଜର୍ସିରେ ପୁରୁଣା ଶେଡ ରହିଥିବା ବେଳେ ଚଳିତଥର ଫ୍ରାଞ୍ଚାଇଜ୍‌ ଲାଲ ଓ ନୀଳ ରଙ୍ଗର କମ୍ବିନେଶନ ସାମିଲ କରାଯାଇଛି । ନୂଆଦିଲ୍ଲୀର ନୂଆ ଜର୍ସି ନାମରେ ଲଞ୍ଚ ହୋଇଥିବା ନୂଆ ଜର୍ସି ପ୍ରଥମେ ଦିଲ୍ଲୀ କ୍ୟାପିଟାଲର କେତେକ ଫ୍ୟାନଙ୍କୁ ଟିମର ହୋମ ଗ୍ରାଉଣ୍ଡ ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ପ୍ରଦାନ କରାଯାଇଥିବା ଫ୍ରାଞ୍ଚାଇଜ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି । ଏହା ସହ ସହରର ଅନେକ ପିଲାଙ୍କୁ ମଧ୍ୟ ଏହି ଜର୍ସି ବଣ୍ଟନ କରାଯାଇଥିଲା ।