ମୁମ୍ବାଇ: ସାଉଥ ଇଣ୍ଡଷ୍ଟୀର ଲୋକପ୍ରିୟ ଯୋଡି ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ଛାଡପତ୍ର ନେବା ପରେ ପରସ୍ପରର ସ୍ମୃତିକୁ ଶେଷ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଅନ୍ୟପକ୍ଷରେ ସାମନ୍ଥା ବିବାହର ଏକ ମହତ୍ତ୍ୱପୂର୍ଣ୍ଣ ଉପହାର ମଧ୍ୟ ନାଗାଙ୍କୁ ଫେରାଇ ଦେଇଛନ୍ତି । ବିବାହ ସହ ଜଡିତ ସମସ୍ତ ଉପହାରକୁ ବାହାର କରି ଆଗକୁ ବଢିିବାକୁ ଚାହୁଁଥିବା ସାମନ୍ଥା ବିବାହ ଶାଢି ନାଗାଙ୍କୁ ଫେରାଇଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସାମନ୍ଥା ବିବାହରେ ପିନ୍ଧିଥବା ଶାଢିଟି ନାଗାଙ୍କ ଜେଜେ ମା’ଙ୍କର ଥିଲା । ସେହିପରି ସମ୍ପର୍କ ଭାଙ୍ଗିବା ପରେ ନାଗା କିମ୍ବା ତାଙ୍କ ପରିବାର ସହ ଜଡିତ କୌଣସି ଜିନିଷ ସାମନ୍ଥା ନିଜ ପାଖରେ ରଖିବାକୁ ଚାହାନ୍ତିନାହିଁ । ସୂଚନାଯୋଗ୍ୟ ଯେ, ସାମନ୍ଥା ଉକ୍ତ ଶାଢିକୁ ତାଙ୍କ ସାଙ୍ଗ ଦ୍ୱାରା ରିଡିଜାଇନ କରିଥିଲେ ।