ଭୁବନେଶ୍ବର(ଏସ୍ ନ୍ଯୁଜ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ୨୪ଘଣ୍ଟାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୬୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କରୋନା ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ପୁରୀ ଓ କଟକରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱର, ବାଲେଶ୍ୱର ଓ ବୌଦ୍ଧରୁ ୨ ଜଣ ଲେଖାଏଁ, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର,ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ରାଜ୍ୟରେ ୨୬୧୭ ଜଣ କରୋନା ପଜିଟିଭ୍ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି।
୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୮, ଗଞ୍ଜାମ ଜିଲ୍ଲାରୁ ୪୩, ବଲାଙ୍ଗୀର ଜିଲ୍ଲାରୁ ୧୦୯, ବାଲେଶ୍ବର ଜିଲ୍ଲାରୁ ୭୯, କୋରାପୁଟ ଜିଲ୍ଲାରୁ ୪୩, ଭଦ୍ରକରୁ ୪୪, ରାୟଗଡ଼ା ଜିଲ୍ଲାରୁ ୨୬, ପୁରୀ ଜିଲ୍ଲାରୁ ୭୯, ସୁନ୍ଦରଗଡ଼ ଜିଲ୍ଲାରୁ ୯୧, ଜଗତସିଂହପୁର ଜିଲ୍ଲାରୁ ୪୫, ସମ୍ବଲପୁର ଜିଲ୍ଲାରୁ ୧୦୬, କଳାହାଣ୍ଡି ଜିଲ୍ଲାରୁ ୪୪, ଯାଜପୁର ଜିଲ୍ଲାରୁ ୧୧୨, କନ୍ଧମାଳ ଜିଲ୍ଲାରୁ ୩୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୨, ମାଲକାନଗିରି ଜିଲ୍ଲାରୁ ୬୭, ଗଜପତି ଜିଲ୍ଲାରୁ ୭, ମୟୂରଭଞ୍ଜ ଜିଲ୍ଲାରୁ ୧୦୧ , ଝାରସୁଗୁଡ଼ା ଜିଲ୍ଲାରୁ ୪୬, ଢେଙ୍କାନାଳ ଜିଲ୍ଲାରୁ ୭୪, ନବରଙ୍ଗପୁର ଜିଲ୍ଲାରୁ ୫୯, କେନ୍ଦୁଝର ଜିଲ୍ଲାରୁ ୧୦୭, ସୁବର୍ଣ୍ଣପୁର ଜିଲ୍ଲାରୁ ୨୩, ଅନୁଗୁଳ ଜିଲ୍ଲାରୁ ୧୧୫, ବରଗଡ଼ ଜିଲ୍ଲାରୁ ୧୪୮, ନୂଆପଡ଼ା ଜିଲ୍ଲାରୁ ୫୮, ଦେବଗଡ଼ରୁ ୧୮ ଓ ବୌଦ୍ଧ ଜିଲ୍ଲାରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ୨,୦୨,୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୦୫୧ ରହିଛି। ଷ୍ଟେଟ୍ ପୁଲରୁ ୧୦୬ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।