ପଞ୍ଜାବର ନୂଆ ଆଡଭୋକେଟ ଜେନେରାଲ ମାତ୍ର ୧ ଟଙ୍କା ନେଇ ପଞ୍ଜାବ ସରକାରଙ୍କ ପାଇଁ କାମ କରିବେ

ଚଣ୍ଡିଗଡ଼: ଭଗବନ୍ତ ମନଙ୍କ ନେତୃତ୍ୱରେ ଶାସକ ଆମ୍ ଆଦମୀ ପାର୍ଟି (AAP) ପଞ୍ଜାବର ନୂତନ ଆଡଭୋକେଟ୍ ଜେନେରାଲ୍ (ଏଜି) ଭାବରେ ବରିଷ୍ଠ ଆଡଭୋକେଟ୍ ଅନମୋଲ ରତନ ସିଦ୍ଧୁଙ୍କୁ ନିଯୁକ୍ତ କରିଛି। ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଇସ୍ତଫା ଦେଇଥିବା ସିଦ୍ଧୁ ଦୀପିନ୍ଦର ସିଂ ପାଟୱାଲିଆଙ୍କ ସ୍ଥାନ ନେଇଥିଲେ। ତାଙ୍କ ନିଯୁକ୍ତି ପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ବାର ଆସୋସିଏସନର ସଭାପତି ରହିଥିବା ସିଦ୍ଧୁ କହିଛନ୍ତି ଯେ ନିଶା ସେବନକାରୀଙ୍କ ଚିକିତ୍ସା ତଥା ପୁନଃ ଥଇଥାନ ପାଇଁ ସେ ତାଙ୍କ ଦରମା ଦାନ କରିବେ। ସିଦ୍ଧୁ ଏକ ଟୁଇଟ୍‌ରେ କହିଛନ୍ତି, “ନିଶା ସେବନ ଉପରେ – ଏହିପରି ଗ୍ରାମରେ ପହଞ୍ଚିବ ଏବଂ ନିଶା ସେବକଙ୍କ ଚିକିତ୍ସା ତଥା ପୁନଃ ଥଇଥାନ ପାଇଁ ମୋର ଦରମା ଏଜି ଭାବରେ ଦାନ କରିବି।

ଆଡଭୋକେଟ୍ ଜେନେରାଲ୍ (ଏଜି) ପଦ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଶ୍ରୀ ସିଦ୍ଧୁ ଦରମା ଆକାରେ ମାତ୍ର ୧ ଟଙ୍କା ନେଇ ପଞ୍ଜାବ ସରକାରଙ୍କ ପାଇଁ କାମ କରିବେ। ରାଜ୍ୟ ସରକାରଙ୍କ ସବୁ ମାମଲାରେ ସେ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଲଢ଼ିବେ ବୋଲି ମଧ୍ୟ କହିଛନ୍ତି।
ଦୀର୍ଘ ବର୍ଷ ଓକିଲାତି କରିବାର ଅଭିଜ୍ଞତା ରଖିଥିବା ଶ୍ରୀ ସିଦ୍ଧୁ ଅନେକ ସମ୍ବେଦନଶୀଳ ସରକାରୀ ଓ ଘରୋଇ ମାମଲା ଲଢ଼ିଛନ୍ତି। ସାମ୍ବିଧାନିକ, ଅପରାଧିକ, ସିଭିଲ, ସର୍ଭିସ ଓ ଅନେକ ଜମିଜମା ମାମଲାରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଲଢ଼ିବାର ନଜିର ରହିଛି।

୧୯୫୮ ମସିହା ମେ’ ୧ ଅର୍ଥାତ ଶ୍ରମିକ ଦିବସରେ ଗୋଟିଏ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅନମୋଲ ରତନ ସିଦ୍ଧୁ। ୧୯୭୫ରେ ସେ ଚଣ୍ଡିଗଡ଼କୁ ଯିବା ପୂର୍ବରୁ ଗାଁ ସ୍କୁଲରେ ପାଠପଢ଼ିଥିଲେ। ୧୯୭୫ରେ ସେ ସେକ୍ଟର-୧୧ରେ ଥିବା ସରକାରୀ କଲେଜରେ ଉଚ୍ଚ ଶିକ୍ଷା ପାଇଁ ନାଁ ଲେଖାଇ ଥିଲେ। ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ୍ୟକ୍ରମର ଶିକ୍ଷା ଲାଭ କରିଥିବା ସିଦ୍ଧୁ କଲେଜ ସମୟରେ ସୋସିଓ-ପଲଟିକାଲ ଛାତ୍ର ଥିଲେ।

୧୯୮୧ରୁ ୧୯୮୨ ଯାଏ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ଭାବେ କାର୍ଯ୍ୟ କରିଥିଲେ। ୧୯୯୫ରେ ସେ ବିଧିବଦ୍ଧ ଭାବେ ଆଇନ ବା ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୩ରେ ସେ ପଞ୍ଜାବର ଡେପୁଟି ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇ ୨୦୦୫ ଯାଏ ଏହି ପଦରେ କାମ କରିଥିଲେ। ୨୦୦୭ରେ ତାଙ୍କୁ ବରିଷ୍ଠ ଆଇନଜୀବୀର ମାନ୍ୟତା ମିଳିଥିଲା। ୨୦୦୮ରୁ ୨୦୧୪ ଯାଏ ଶ୍ରୀ ସିଦ୍ଧୁ ଭାରତର ଆସିସଷ୍ଟାଣ୍ଟ ସଲିସିଟିର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକାଳ ମଧ୍ୟରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ସିବିଆଇ ଓକିଲ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ।

ସାମାଜ ସେବା ପାଇଁ ତାଙ୍କୁ ପଞ୍ଜାବର ସର୍ବୋଚ୍ଚ ବେସାମରିକ ସମ୍ମାନ ପରମନ ପାତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି। ତେବେ ପଞ୍ଜାବର ଆପ୍‌ ସରକାର ଶ୍ରୀ ସିଦ୍ଧୁଙ୍କୁ ଆଡଭୋକେଟ ଜେନାରାଲ ଭାବେ ଦାୟିତ୍ୱ ଦେଇଛନ୍ତି।