ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ୨୦୨୦ର ଫଳାଫଳ। ଆଇଆଇଟି-ଦିଲ୍ଲୀ ଦ୍ୱାରା ଘୋଷଣା କରାଯାଇଛି । କମନ୍ ରାଙ୍କ ଲିଷ୍ଟ ରେ ୭୩ ନମ୍ବର ରଖି ଓଡ଼ିଶାରୁ ଶୀର୍ଷରେ ରହିଛନ୍ତି।
ସେହିପରି ଜେଇଇ ଆଡଭାନ୍ସଡ୍ ୨୦୨୦ ରେ କମନ୍ ରାଙ୍କ୍ ଲିଷ୍ଟ (ସିଆରଏଲ)ରେ ଚିରାଗ ଫାଲୋର ଦେଶରେ ୧ନମ୍ବରରେ ରହିଛନ୍ତି । ସେ ୩୯୬ ନମ୍ବର ମଧ୍ୟରୁ ୩୫୨ନମ୍ବର ହାସଲ କରିଛନ୍ତି । ଚିରାଗ ଆଇଆଇଟି ବମ୍ବେ ଜୋନରୁ ଆସିଥିଲେ ।ଆଇଆଇଟି ରୁର୍କି ଜୋନର କନିଷ୍କା ମିତ୍ତଲ ସିଆରଏଲ-୧୭ରେ ରହି ଛାତ୍ରୀମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ସେ ୩୯୬ ନମ୍ବର ମଧ୍ୟରୁ ୩୧୫ ନମ୍ବର ହାସଲ କରିଛନ୍ତି । ଚଳିତ ବର୍ଷ କୌଣସି ଛାତ୍ରୀ ଜେଇଇ ଆଡଭାନ୍ସଡ୍ ୨୦୨୦ର ଟପ୍ ୧୦ରେ ସ୍ଥାନ ପାଇବାରେ ସଫଳ ହୋଇ ନଥିବା ଜଣାପଡ଼ିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ‘ନିଶଙ୍କ’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ର-ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ jeeadv.ac.in ରେ ଅନଲାଇନରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ରୋଲ୍ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ସେମାନେ ସେମାନଙ୍କର ସ୍କୋରକାର୍ଡ ଏବଂ ରାଙ୍କ୍ କାର୍ଡ ଡାଉନଲୋଡ୍ କରିପାରିବେ ।
ଜେଇଇ ଆଡଭାନ୍ସଡ ୨୦୨୦ ପରୀକ୍ଷା ପ୍ରାୟ ୧.୫ ଲକ୍ଷ ଛାତ୍ର-ଛାତ୍ରୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୪୩୨୦୪ ଜଣ ଛାତ୍ର-ଛାତ୍ରୀ ପାସ୍ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର-ଛାତ୍ରୀମାନେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ଜେଓଏସଏଏ କାଉନସେଲିଂ ପାଇଁ ପଞ୍ଜୀକୃତ କରିବେ ।