ନଜର ଦୋଷ ବା ଖରାପ ନଜରକୁ ହଟାଇବା ପାଇଁ ଏପରି କରନ୍ତୁ; ସବୁ ସମସ୍ୟା ଦୂର ହୋଇ ପାରିବ

-ଯଦି କାହାର ନଜର ଲାଗିଯାଏ କିମ୍ବା ଲଗାତାର କ୍ଷତି, ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି, ତେବେ ନଅ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ। ପଞ୍ଚମୁଖୀ ହନୁମାନଙ୍କ ଲକେଟ୍ ପିନ୍ଧିବା ଦ୍ୱାରା ମଧ୍ୟ ବହୁତ ଲାଭ ମିଳିଥାଏ। ବ୍ୟବସାୟରେ ଉନ୍ନତି ପାଇଁ ଏମିତି ଲକେଟ୍ ଲାଭଦାୟକ ହୋଇଥାଏ।

-ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ମଧ୍ୟ ଜୀବନର ସବୁ ସମସ୍ୟା ଦୂର ହୋଇ ପାରିବ ଏବଂ ଆସୁଥିବା ସଙ୍କଟରୁ ମଧ୍ୟ ରକ୍ଷା ମିଳି ପାରିବ। ଏହା ବ୍ୟତୀତ ଆପଣ ହନୁମାନ ମନ୍ଦିର ଯାଇ ତାଙ୍କ କାନ୍ଧର ସିନ୍ଦୁରକୁ ନିଜ କପାଳରେ ଲଗାନ୍ତୁ। ଆପଣଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳି ଚାଲିବ।

-ଖରାପ ନଜରକୁ ହଟାଇବା ପାଇଁ ଏକ ରୁଟି ତିଆରି କରନ୍ତୁ ଏବଂ ଏହାକୁ କେବଳ ଗୋଟିଏ ପାର୍ଶ୍ୱରୁ ହିଁ ସେକନ୍ତୁ। ସେକା ଯାଇଥିବା ଅଂଶରେ ତେଲ ଲଗାନ୍ତୁ ଏବଂ ସେଥିରେ ନାଲି ଲଙ୍କା ଓ ସମୁଦ୍ର ଲୁଣ ରଖନ୍ତୁ। ଏହାକୁ ସେହି ବ୍ୟକ୍ତିଙ୍କ ଉପରେ ୭ ଥର ବୁଲାଇ କୌଣସି ଚାରି ଛକରେ ରଖି ଦିଅନ୍ତୁ।

-ଭୈରୋ ବାବାଙ୍କ ମନ୍ଦିରର କଳା ସୂତା ପିନ୍ଧିବା ଦ୍ୱାରା ମଧ୍ୟ ନଜର ଦୋଷରୁ ରକ୍ଷା ମିଳିଥାଏ।