ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରାଯାଇଛି, ମୋଦୀ ତାଙ୍କ ସରକାରୀ ବାସଭବନ, ଲୋକ କଲ୍ୟାଣ ମାର୍ଗରେ ରବିବାର ସନ୍ଧ୍ୟାରେ ଏକ ବୈଠକ ଅଧ୍ୟକ୍ଷତା କରିଛନ୍ତି
ଡେରାଡୁନ,୨୦/୦୩ : ରବିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ, ଗୋଆ ଏବଂ ଉତ୍ତରପ୍ରଦେଶରେ ସରକାର ଗଠନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରୀ ବାସଭବନ, ଲୋକ କଲ୍ୟାଣ ମାର୍ଗରେ ଏକ ବୈଠକ ଅଧ୍ୟକ୍ଷତା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦଳର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍ ସାଣ୍ଟୋଶ ଏବଂ ଜାତୀୟ ସଭାପତି ଜେପି ନାଡା ଉପସ୍ଥିତ ଥିଲେ।
ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ରବିବାର ଦିନ ସାରା ଚର୍ଚ୍ଚା ଜାରି ରହିଛି। ବିଜେପି ହାଇକମାଣ୍ଡ ରାଜ୍ୟର ଦାୟିତ୍ଵଭାର କାହାକୁ ଦେବେ ଏହାର ଖୁଲାସା ସୋମବାର ଅପରାହ୍ନ ୪ଟା୩୦ରେ କରାଯିବ। ବିଜେପି ବିଧାୟକ ଦଳର ବୈଠକ ସୋମବାର ଅପରାହ୍ନ ୪ଟାରେ ଡକାଯାଇଛି। ବୈଠକରେ ସମସ୍ତ ସାଂସଦ ମଧ୍ୟ ଉପସ୍ଥିତ ରହିବେ। ଏଥିରୁ ଏହି ସଙ୍କେତ ମିଳିଛି ଯେ, ନିର୍ବାଚିତ ବିଧାୟକଙ୍କ ବ୍ୟତୀତ ସାଂସଦଙ୍କ ମଧ୍ୟରୁ କାହାରିକୁ ବି ମୁଖ୍ୟମନ୍ତ୍ରୀ କରାଯାଇପାରେ।
ଉତ୍ତରାଖଣ୍ଡ ପାଇଁ ପର୍ଯ୍ୟବେକ୍ଷକ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସହ ପର୍ଯ୍ୟବେକ୍ଷକ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷି ଲେଖି ସୋମବାର ଦିନ ୧ଟା୩୦ରେ ସ୍ଵତନ୍ତ୍ର ବିମାନରେ ଡେରାଡୁନ ପହଞ୍ଚିବେ। ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କାମଚଳା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ, ପାର୍ଟି ଅଧ୍ୟକ୍ଷ ମଦନ କୌଶିକଙ୍କ ସହ ଆଲୋଚନା କରିଛନ୍ତି।
ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଏଲ ସନ୍ତୋଷଙ୍କୁ ନେଇ ବୈଠକ ଚାଲିଥିଲା । ଏଥିରେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରାଯାଇଛି । ଏହା ପରେ ସୋମବାର ସକାଳ ୧୧ଟାରେ ନୂତନ ବିଧାୟକଙ୍କ ଶପଥ ପାଠ କରାଯିବ। କାମଚଳା ବାଚସ୍ପତି ବଂଶୀଧର ଭଗତ ସମସ୍ତ ବିଧାୟକଙ୍କ ଶପଥ ପାଠ କରାଇବେ। ଏହା ପରେ ଅପରାହ୍ନ ୪ଟାରେ ଉତ୍ତରାଖଣ୍ଡ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସହ ପର୍ଯ୍ୟବେକ୍ଷକ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷି ଲେଖିଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିବ। ଏହା ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ନେଇ ସୂଚନା ।