ପୌର ନିର୍ବାଚନ: ୩୭ ନମ୍ବର ୱାର୍ଡରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ବନ୍ଦିତା ପାଲ

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ହାତରେ ଆଉ ମାତ୍ର ଦୁଇ ଦିନ ସମୟ ରହିଥିବାରୁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ଏହି କ୍ରମରେ ୩୭ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବନ୍ଦିତା ପାଲ ଏଇ ସୀମିତ ସମୟକୁ ସଦୁପଯୋଗ କରିବାକୁ ଭୁଲିନାହାନ୍ତି । ବନ୍ଦିତା ଶତାଧିକ ସମର୍ଥକଙ୍କକୁ ନେଇ ଏକ ବିଶାଳ ରାଲିରେ ଏହି ୱାର୍ଡର ଭୋଟରଙ୍କ ନିକଟତର ହୋଇଛନ୍ତି । ଏହି ଅବସରରେ ସମର୍ଥକମାନେ ହାତରେ ସାଇକେଲ ଚିହ୍ନ ଥିବା କଟଆଉଟ ଧରି ପ୍ରଚାର କରୁଥିବା ଦେଖାଯାଇଥିଲା । ଚଳିତ ନିର୍ବାଚନରେ ବନ୍ଦିତା ପରିବର୍ତ୍ତନ ଓ ବିକାଶକୁ ଆୟୁଧ କରି ନିର୍ବାଚନ ଲଢ଼ୁଛନ୍ତି । ଏନେଇ ବନ୍ଦିତା କହିଛନ୍ତି ଯେ, ନିର୍ବାଚନରେ ଆମର କୌଣସି ଦଳ ସହ ପ୍ରତିଯୋଗିତା ନାହିଁ । ବିଜୟ, ପରାଜୟ ନେଇ ଆମେ ଚିନ୍ତୁତ ନାହୁଁ । ୩୭ ନମ୍ବର ୱାର୍ଡବାସୀଙ୍କର ସାମୂହିକ ବିକାଶ, ମୌଳିକ ସମସ୍ୟାର ସମାଧାନ, ଭାଇଚାରା ସମ୍ପର୍କକୁ ସୁଦୃଢ଼ କରିବା ଆମର ମୂଳ ଲକ୍ଷ୍ୟ ।