ଶିବକୁମାରଙ୍କ ଘରେ ସିବିଆଇ ରେଡ୍

କର୍ଣ୍ଣାଟକ: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଘରେ CBI ରେଡ୍‌ ହୋଇଛି । ବେଙ୍ଗାଲୁରୁରେ ଡି.କେ. ଶିବକୁମାରଙ୍କ ଘରେ ସିବିଆଇ ରେଡ୍‌ ହୋଇଥିବା ଜଣାପଡିଛି । ଏହା ସହ ତାଙ୍କ ଭାଇ ଡି.କେ. ସୁରେଶଙ୍କ ଘରେ ବି ଚଢ଼ାଉ ହୋଇଛି ।ମୁମ୍ବାଇ, କର୍ଣ୍ଣାଟକ, ଦିଲ୍ଲୀ ଘର ଓ ଅଫିସ୍‌ ସମେତ ୧୪ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି ।ହେରଫେର ମାମଲାରେ ଇଡି ତାକୁ ଗିରଫ କରିଛି ।

ଏଠାରେ ପ୍ରକାଶଥାଉକି , ହେରଫେର ମାମଲାରେ ଶିବକୁମାରଙ୍କୁ ୪ ଦିନ ଜେରା ପରେ ଆଜି ଗିରଫ କରିଛି ଇଡି । ୨୦୧୭ ରେ ୮.୬ କୋଟିର ଅଜ୍ଞାତ ଆୟ ମିଳିଥିବା ଅଭିଯୋଗ ହୋଇଥିଲା । ପରେ ଏହାକୁ ୧୧ କୋଟି ବୋଲି ଦର୍ଶାଯାଇଥିଲା । ଏହାକୁ ନେଇ ୨୦୧୮ ରେ ଶିବକୁମାରଙ୍କ ନାଁରେ ଆୟକର ବିଭାଗର ଚାରସିଟ ଆଧାରରେ ଇଡି ଅର୍ଥ ହେରାଫେର ମାମଲା ରୁଜୁ କରିଥିଲା । ଆଉ ଏହାର କିଛି ତଥ୍ୟ ଗତବର୍ଷ ଇଡି ସିବିଆଇକୁ ପଠାଇଥିଲା ।

ଶିବକୁମାରଙ୍କ ନାଁରେ ଏହା ପ୍ରଥମ ସିବିଆଇ ମାମଲା ହୋଇଥିବା ବେଳେ କର୍ଣ୍ଣାଟକରେ ଉପନିର୍ବାଚନ ଲାଗି କଂଗ୍ରେସର ପ୍ରସ୍ତୁତିରେ ବାଧା ସୃଷ୍ଟି କରିବାକୁ ଏକ ପ୍ରୟାସ କରାଯାଉଥିବା କହିଛି କଂଗ୍ରସ ।