ମାନସ ସ୍ୱାଇଁ ହତ୍ୟା ମାମଲା: ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଜି ୨ ଜଣ ଗିରଫ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରେ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ଥିବା ଜଣାଯାଇଛି। ଏହାଛଡ଼ା ରାଜ୍ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ବି ଗିରଫ କରିଛି ଚାନ୍ଦବାଲି ପୁଲିସ। ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୂର୍ବରୁ ତିନିଜଣଙ୍କୁ ଗିରଫ କରାଯାଇଛି। ଆଜି ପୁଣି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି।

୨ ଜଣକୁ ଗିରଫ ଏବଂ ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏସପି କହିଛନ୍ତି ଚାନ୍ଦବାଲି ଅଞ୍ଚଳରେ ଏହି ଘଟଣା ଜାଣିବା ପରେ ତିନି ଜଣକୁ ଗିରଫ କରାଯାଇଥିଲା । ଭଦ୍ରକ ଜିଲ୍ଲା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟାନକୁ ଭିତ୍ତିକରି ନୟାଗଡ଼ ଅଞ୍ଚଳର ଏକ ପାହାଡ଼ ତଳୁ ମାନସ ସ୍ୱାଇଁଙ୍କ ମରଶରୀର ଉଦ୍ଧାର କରିଥିଲା ଏବଂ ତଦନ୍ତ ଜାରି ରହିଥିବା ସମୟରେ ଆଜି ଆଉ ୨ ଜଣକୁ ଗିରଫ କରାଯାଇଛି ।