ମୋଦି ସରକାର ମିଶନ ମୋଡରେ, ଓଡିଶା ସରକାର କମିଶନ ମୋଡରେ: ସମୀର ମହାନ୍ତି
>ରାଜ୍ୟ ସଭାପତିଙ୍କ ୫ ଦିନିଆ ଦକ୍ଷିଣ ଓଡିଶା ଗସ୍ତ >ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ସହରାଂଚଳରେ ରାଜ୍ୟ ସଭାପତିଙ୍କ ପୈାର ନିର୍ବାଚନ ପ୍ରଚାର >ସହରାଂଚଳବାସୀପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି >ଲୋକଙ୍କୁ ପଟ୍ଟା ଦେଇ ଫେରାଇ ଆଣୁଛନ୍ତି ବିଜେଡି ସରକାର
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍)ତା.୨୦/୦୩: ଜିଲ୍ଲାର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କ୍ଷେତ୍ରକୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଦୀର୍ଘ ୨୨ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଶାସନ କରୁଥିବା ଶାସକ ବିଜେଡି ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରୁନାହିଁ । ସେହିପରି ୧୪ଦଶ ଏବଂ ୧୫ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ସହରାଂଚଳର ବିକାଶ ପାଇଁ ମୋଦି ସରକାର ପ୍ରତ୍ୟେକ ସହରାଂଚଳକୁ ସିଧାସଳଖ ଟଙ୍କା ପଠାଇଲେ, କିନ୍ତୁ ବିଜେଡିର ନେତାମାନେ ହରିଲୁଟ୍ କରିଦେଲେ । କେନ୍ଦ୍ର ସରକାରଙ୍କ ଅନୁମୋଦନ ସତ୍ୱେ ଲକ୍ଷ ଲକ୍ଷ ଘର ଆବଂଟନ ହୋଇନପାରି ରାଜ୍ୟ ସରକାରଙ୍କ ପାଖରେ ପଡିରହିଛି । ଦଳୀୟ ଆଧାରରେ ବାସଗୃହ ବଂଟନ କରି ରାଜ୍ୟର ଅଗଣିତ ଆର୍ଥିକ ଦୁର୍ବଳ ଓ ଗରୀବ ଲୋକଙ୍କୁ ବାସହୀନ କରି ରଖିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୈାର ନିର୍ବାଚନ ପ୍ରଚାର ଅବସରରେ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଗତ କାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରଚାର କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଗଜପତି ଜିଲ୍ଲା ସଭାପତି ଶ୍ରୀ କେ.ନାରାୟଣ ରାଓ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତାଙ୍କ ଗହଣରେ ବାଇକରେ ବୁଲି ଦଳୀୟ ଚେୟାରମ୍ୟାନ ପ୍ରାର୍ଥୀ ଶ୍ରୀମତୀ ମାମିଡି ରାଜେଶ୍ୱରୀଏବଂ କାଉନସିଲରଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଏହା ପରେ ଅପରାହ୍ନରେ ରାୟଗଡା ଜିଲ୍ଲାର ଗୁଣୁପୁର ଏନଏସି ଚେୟାରମ୍ୟାନ ପ୍ରାର୍ଥୀ ଶ୍ରୀମତୀ ଓ୍ôାଇ.ଅନ୍ନପୁର୍ଣ୍ଣା ଏବଂ ରାୟଗଡା ମ୍ୟୁନିସିପାଲିଟି ଚେୟାରମ୍ୟାନ ପ୍ରାର୍ଥୀ ଶ୍ରୀ ପଦ୍ମନାଭ ଦାଶଙ୍କ ସପକ୍ଷରେ ପ୍ରଚାର କରିଥିଲେ ।
ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସୁନାବେଡାରେ ଚେୟାରମ୍ୟାନ ପ୍ରାର୍ଥୀ ଶ୍ରୀ ବିଜୟ କୁମାର ମଲ୍ଲିକ, କୋରାପୁଟରେ ଜି.ସଂଜୀବ କୁମାର ଏବଂ ଜୟପୁରରେ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଏବଂ ଦଳୀୟ କାଉନସିଲରଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ।
କେନ୍ଦ୍ରରେ ମୋଦି ସରକାର ମିଶନ ମୋଡରେ କାର୍ଯ୍ୟ କରୁଥିବାବେଳେ ଓଡିଶା ସରକାର କମିଶନ ମୋଡରେ କାର୍ଯ୍ୟ କରୁଛନ୍ତି । ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଛି । ଜଳ ଜୀବନ ମିଶନ ଯୋଜନାରେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଇବାର ନିଷ୍ପତି ନେଇଥିବା ମୋଦି ସରକାର ଏଥି ପାଇଁ ବ୍ୟାପକ ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି । ମାତ୍ର ଶାସକ ବିଜେଡିର ଅପାରଗତା କାରଣରୁ ଆଜି ସାମାନ୍ୟ ପାନୀୟ ଜଳ ପାଇବାରୁ ମଧ୍ୟ ସହରାଂଚଳବାସୀ ବଂଚିତ ହୋଇଛନ୍ତି । ଜାଗା ମିଶନ ଜରିଆରେ ଗରୀବ ବାସହୀନଙ୍କୁ ଜମି ପଟ୍ଟା ସହ ବାସଗୃହ ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ । ମାତ୍ର ରାଜ୍ୟ ସରକାର ଲୋକଙ୍କୁ ପଟ୍ଟା ଦେଇ ପୁଣି ଫେରାଇ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସାଧାରଣ ଗରୀବଙ୍କ ପ୍ରତି ଉପହାସ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ମାରିଥିବାରୁ ସହରାଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସହରାଂଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ବରଂ ଶାସକ ବିଜେଡିର ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ରାଜ୍ୟର ସହରାଚଂଳରେ ସଠିକ ବିକାଶ ହେଉନାହିଁ ଏବଂ ସାମୁହିକ ବିକାଶ ବାଧାପ୍ରାପ୍ତ ହୋଇଛି । ଦଳୀୟ ଆଧାରରେ ବାସଗୃହ, ରାସନ କାର୍ଡ ଆଦି ବଂଟନ ହେଉଛି । ବ୍ୟାପକ ପିସି କାରବାର ଦୁର୍ନୀତିଗସ୍ତ ରାଜ୍ୟ ସରକାରଙ୍କ ଅସଲି ମୁଖା ଖୋଲିଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୟରାମ ପାଙ୍ଗୀ, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ଗୈାତମ ସାମନ୍ତରାୟ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।