ନୂଆଦିଲ୍ଲୀ: ପୁଣି ଦେଶରେ ବଢ଼ିଲା ତୈଳ ଦର । ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଲଗାତର ୧୩୬ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିବା ବେଳେ ଆଜି ୧୩୭ ଦିନରେ ଏହାର ଦାମକୁ ବୃଦ୍ଧି କରାଯାଇଛି । ରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ୫ ରାଜ୍ୟର ନିର୍ବାଚନ ପରେ ସରାକର ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ପୂର୍ବରୁ ୯୫ଟଙ୍କା ୪୧ ପଇସା ଥିବା ବେଳେ ଏହା ବୃଦ୍ଧି ପାଇ ୯୬ ଟଙ୍କା ୨୧ ପଇସାରେ ପହଞ୍ଚିଛି ।
ସେହିପରି ଦିଲ୍ଲୀରେ ଡିଜେଲ ମଧ୍ୟ ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି । ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି ।