୨୪ ଘଣ୍ଟାରେ ରାଜ୍ୟରେ ୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬, ସଙ୍ଗରୋଧରୁ ୧୯,ସ୍ଥାନୀୟ ୧୩।୧୧ ଜିଲା ଓ ଷ୍ଟେଟ ପୁଲରୁୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୩, କଟକ ୧, ଢେଙ୍କାନାଳ ୧, ଗଜପତି ୭, ଯାଜପୁର ୬, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୨, ମୟୁରଭଞ୍ଜ ୨, ନୟାଗଡ ୧, ସମ୍ବଲପୁର ୨, ସୁନ୍ଦରଗଡ ୫, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୨୨୫କୁ ବୃଦ୍ଧି ପାଇଛି। ୧୨,୭୭,୪୯୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୫୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।