ମେଷ– ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସିରହିବ । ଆଜି କର୍ମକ୍ଷେତ୍ରରେ ନିଚ୍ଛକ ସତ୍ୟକଥା କହି ପରିସ୍ଥିତିକୁ ସୁଧାରି ନେବେ । ନିମନ୍ତ୍ରଣ ପାଇ ହଠାତ୍ ଦୂର ଯାତ୍ରା କରିବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ବ୍ୟବସାୟୀ ମାନେ ଅଧିକ ଅର୍ଥ ଲାଭ ହେବ ।
ବୃଷ– ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ପଛକଥା ଚିନ୍ତା ନ କରି ଏହିସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ । କର୍ମଜୀବି ମାନେ ପ୍ରଶଂସିତ ହେବେ । ସକାଳୁ ସକାଳୁ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ମିଥୁନ – ବ୍ୟବସାୟୀ ବହୁ ମଧୁର ଭାଷୀ ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରହିଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇକାର୍ଯ୍ୟକଲେଉପକୃତହେବେ ।ବିଶେଷକାରଣରତଜର୍ମାସକାଶେବନ୍ଧୁଦ୍ୱାରକୁଗମନ କରିବେ ।ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫।
କର୍କଟ– ଆଲୋଚନା ପରିସରରେ ବିଜ୍ଞବ୍ୟକ୍ତି ମାନଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ସହକର୍ମୀ କିମ୍ବା ବନ୍ଧୁଙ୍କ ଠାରୁ ଅଯାଚିତ ସାହାର୍ଯ୍ୟ ପାଇ ଖୁସିହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
ସିଂହ– କର୍ମଜୀବିଙ୍କୁ ଅର୍ଥ ଲାଭ ମିଳିବ । ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟସାଧନ କରିବେ ।ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିବ । କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହ-ଯୋଗ ପାଇବେ । ଶୁଭରଙ୍ଗ ଧଳା । ଶୁଭଅଙ୍କ ୩ ।
କନ୍ୟା– କର୍ମଜୀବି ମାନେ ସମ୍ମାନିତ ହେବେ । ସାମାଜିକ ସ୍ତରରେ ଉଚ୍ଚ ବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ, ଏଣୁ ସତର୍କତା ରକ୍ଷା କରିବା ଭଲ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ତୁଳା– ବ୍ୟବସାୟୀ ମାନେ ବିଜୟୀ ହେବେ । ନିଜର ଇଚ୍ଛା ବିରୋଧରେ କୌଣସି କାମକରି ଅନୁତାପ କରିବାକୁ ପଡିପାରେ । ପୁତ୍ର କନ୍ୟାଙ୍କ ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରିଆସିବ ।ଶୁଭରଙ୍ଗ ନୀଳ । ଶୁଭଅଙ୍କ ୧ ।
ବିଛା– ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ମଧ୍ୟ ସମସ୍ତେ ଶୁଣି ନ ଶୁଣୁଥିବାର ଅଭିନୟ କରିବେ । ପ୍ରତ୍ୟେକ କାର୍ଯ୍ୟ ଦରଖଣ୍ଡିଆ ରହିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।
ଧନୁ– ଛାତ୍ରଛାତ୍ରୀ ମାନେ ବିଦ୍ୱାନ୍ ହେବେ । ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସରଳ ସମାଧାନ ଘଟିବ । ଆପଣଙ୍କରୁକ୍ଷବ୍ୟବହାରବନ୍ଧୁଙ୍କମନରେ ଆଘାତ ଦେଇପାରେ । ତଥାପି ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ମକର– କର୍ମଜୀବି ମାନଙ୍କୁ ସହଯୋଗ ମିଳିବ । ଆଜି ଦିନଟିରେ ଅସମ୍ପୂର୍ଣ୍ଣକାର୍ଯ୍ୟ ସାଙ୍ଗକୁ ବନ୍ଧୁଙ୍କ ଅନାଦର ଯୋଗୁ ମନଦୁଃଖ ହୋଇପାରେ । ନିଜରହିତୈଷୀମାନଙ୍କୁବୃଥା ସନ୍ଦେହକରିଭୁଲ୍ଠିକ୍ ର ସୁବିଚାରକରିପାରିବେ ନାହିଁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩।
କୁମ୍ଭ- ପୈତୃକ ସମ୍ପତ୍ତିକୁକେନ୍ଦ୍ରକରିକଳହ ଆଶଙ୍କାରହିଛି । ବ୍ୟବସାୟୀ ମାନେ ଧର୍ଯ୍ୟହାରାହୋଇପାରନ୍ତି । କର୍ମକ୍ଷେତ୍ରରେ ବନ୍ଧୁ ମାନେ ଅସହ-ଯୋଗ ମନୋଭାବ ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ଶୁଭରଙ୍ଗ ୟେଲୋ । ଶୁଭଅଙ୍କ ୮ ।
ମୀନ– କର୍ମଜୀବି ମାନେ କର୍ମଚଞ୍ଚଳରହିବେ । ପରିବାରରୁ ପୂର୍ଣ୍ଣସମର୍ଥନ ନ ପାଇବାକାରଣରୁକାମଟି ପୂର୍ଣ୍ଣାଙ୍ଗହେବାସହଜସାଧ୍ୟ ନ ହୋଇପାରେ । ଯାନବାହନ ଚାଳନାରେସତର୍କତା ଅବଲମ୍ବନ କରନ୍ତୁ ।ଶୁଭରଙ୍ଗ ପିଚ୍ । ଶୁଭ ଅଙ୍କ ୬ । ଏକାଧିକକାମହାତକୁନେଇବ୍ୟସ୍ତବିବ୍ରତହୋଇପାରନ୍ତି ।