ପୁଣି ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ

ପାନାଜୀ : ପୁଣି ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ବସିଥିବା ବିଧାୟକ ଦଳ ବୈଠକରେ ପ୍ରମୋଦଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଆନୁଷ୍ଠାନିକ ଘୋଷଣା କରିଛନ୍ତି । ତୋମାର କହିଛନ୍ତି ଯେ, ଯାହାକୁ ଅନ୍ୟମାନେ ସମର୍ଥନ କରିବା ସହ ସର୍ବସମ୍ମତି କ୍ରମେ ପ୍ରମୋଦଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ସେ ଆସନ୍ତା ୫ ବର୍ଷ ଯାଏ ବିଜେପି ବିଧାୟକ ଦଳ ନେତା ଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବେ ।

ଅନ୍ୟପକ୍ଷରେ ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରମୋଦ । ସେହିପରି ପ୍ରମୋଦ କହିଛନ୍ତି ରାଜ୍ୟବାସୀ ତାଙ୍କୁ ପୁଣି ଥରେ ସୁଯୋଗ ଦେଇଥିବାରୁ ସେ କୃତଜ୍ଞ ଓ ସେ ଗୋଆର ବିକାଶ ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିବେ ।