ମୁମ୍ବାଇ: ଆଉ କିଛିଦିନ ପରେ ଆଇପିଏଲ-୨୦୨୨ର ୧୫ ତମ ସଂସ୍କରଣର ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ସେହିପରି ଷ୍ଟାର ଆଇପିଏଲର ପ୍ରସାରଣ ପାଇଁ ୮୦ ଜଣିଆ ଭାଷ୍ୟକାରଙ୍କ ଏକ ଟିମ ପ୍ରସ୍ତୁତ କରିଛି । ସବୁଠୁ ବଡ କଥା ହେଉଛି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କମେଣ୍ଟ୍ରି ଦୁନିଆକୁ ପୁଣି କମବ୍ୟାକ କରୁଛନ୍ତି ।
ଅନ୍ୟପକ୍ଷରେ ଭାରତୀୟ କ୍ରିକେଟର ସୁରେଶ ରୈନା ମଧ୍ୟ କମେଣ୍ଟ୍ରି ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୂର୍ବରୁ ରବୀ ଶାସ୍ତ୍ରୀ ମଧ୍ୟ କମେଣ୍ଟ୍ରି ଦୁନିଆକୁ ଫେରିବେ ବୋଲି କହିଥିଲେ ।