ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ପଟିଆ କଳାରାହାଙ୍ଗ ଅଞ୍ଚଳରୁ ଏକାଧିକ ଖପୁରୀ ଜବତ । କଳାରାହାଙ୍ଗର ଏକ ପୋଲ ତଳୁ ଏହି ଖପୁରୀ ଓ କିଛି ହାଡ଼ ମିଳିଛି । ପାଖାପାଖି ୭ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏତେ ସଂଖ୍ୟକ ଖପୁରୀ ଓ କଙ୍କାଳ କେଉଁଠୁ ଆସିଲା, ତାହା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲ ତଳେ ଖପୁରୀ ଓ କଙ୍କାଳକୁ ଦେଖିବା ପାଇଁ ପୋଲ ଉପରେ ଲୋକମାନେ ଭିଡ଼ ଜମାଇଥିଲେ । ତେବେ ଏହିସବୁ ଖପୁରୀ ଓ କଂକାଳକୁ ଏଠାରେ କିଏ ଫୋପାଡ଼ିଲା, ତାହା ସ୍ପଷ୍ଟ ହୋଇନି । ତଦନ୍ତ ଆରମ୍ଭ କରିଛି ପୋଲିସ ।