ନୂଆଦିଲ୍ଲୀ : ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ । ଅନ୍ୟପକ୍ଷରେ ବକ୍ସ ଅଫିସରେ ମଧ୍ୟ ଅତୁଳନୀୟ ଆୟ ମଧ୍ୟ କରୁଛି ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ । ଏହି ଫିଲ୍ମ ରିଲିଜ ହେବାକୁ ଦୁଇ ସପ୍ତାହ ବିତିଗଲାଣି । ହେଲେ ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି ।
ଅନେକ ବଡ ବଡ ବଜେଟ ତଥା ହଲିଉଡ ଓ ବଲିଉଡ ଫିଲ୍ମକୁ ବି ପଛରେ ପକାଇ ସାରିଲାଣି ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ । ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’କୁ ନେଇ ଅନେକ ପ୍ରଶ୍ନ ଉଠାଉଥିବାବେଳେ ଅନେକ ଏହାର ସଫଳତାକୁ ନେଇ ମୁହଁ ମଧ୍ୟ ଖୋଲିଛନ୍ତି । ଅନ୍ୟପକ୍ଷରେ ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ କେବଳ ଭାରତରେ ହିଁ ନୁହେଁ ଏହା ସମଗ୍ର ବିଶ୍ୱରେ ରେକର୍ଡ ମଧ୍ୟ କରିିଛି ।