ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ
ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ
ଭୁବନେଶ୍ୱର: ପରୀକ୍ଷା କାର୍ଯ୍ୟସୂଚୀ ବାବଦରେ ସିଏଚ୍ଏସ୍ଇ ପକ୍ଷରୁ ଘୋଷଣା କରାଯାଇଛି ଯେ, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବ। । କଳା, ବିଜ୍ଞାନ ଓ ବାଣିଜ୍ୟରେ ପଢୁଥିବା ୨ୟ ବର୍ଷର ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ସାମିଲ ହେବେ। ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ ପରୀକ୍ଷା ।
ତେବେ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ। କଳା ଓ ବାଣିଜ୍ୟ ପରୀକ୍ଷା ଏପ୍ରିଲ ୨୮ ତାରିଖ ଠାରୁ ଆରମ୍ଭ ହେବ । ବିଜ୍ଞାନ ଓ ଭୋକେସନାଲ ପରୀକ୍ଷା ମେ’ ମାସ ୯ ତାରିଖ ଠାରୁ ଆରମ୍ଭ ହେବ । ଏପ୍ରିଲ ୪ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ହେବ ।