ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାର୍ଯ୍ୟବାହକ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ପହଞ୍ôଚଛନ୍ତି । ଉତ୍ତରପ୍ରଦେଶରେ ସରକାର ଗଠନ କରିବାକୁ ଦୃଷ୍ଟିରେ ରଖି ବିଜେପି ଶାହଙ୍କୁ ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତି କରିଛି । ଆଉ ଶପଥ ଗ୍ରହଣ ପୂର୍ବରୁ ୟୁପି ମନ୍ତ୍ରୀମଣ୍ଡଳ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ଲାଗି ଶାହଙ୍କୁ ଭେଟିବାକୁ ଯୋଗୀ ଆଦିତ୍ୟନାଥ ପହଞ୍ôଚି ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବିଜେପି ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କର ଏକ ତାଲିକା ପ୍ରସ୍ତୁତ କରିଛି ।