ରୁଷ ଫସଫରସ ବୋମାରେ ଆକ୍ରମଣ କରୁଛି: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ରୁଷ ଲଗାତାର ଭାବେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରିଚାଲିଛି । ଅନ୍ୟପକ୍ଷରେ ୟୁକ୍ରେନ ମଧ୍ୟ ରୁଷ ଆଗରେ ମୁଣ୍ଡ ନୁଆଇଁବାକୁ ନାରାଜ । ସେପଟେ ରୁଷ କ୍ରମାଗତ ମିସାଇଲ ମାଡରେ ରୁଷର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣଙ୍କ ଜୀବନ ଗଲାଣି ।

ତେବେ ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଏକ ବଡ ଅଭିଯୋଗ କରିଛି ଯେ, ରୁଷ ସେନା ହାଇପରସୋନିକ ମିସାଇଲ ପରେ ଫସଫରସ ବୋମା ପକାଇ ଆକ୍ରମଣ କରିବାରେ ଲାଗିଛି । ଫଳରେ ଅନେକ ଶିଶୁଙ୍କ ସମେତ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ଉକ୍ତ ଆକ୍ରମଣକୁ ଦୃଷ୍ଟିରେ ରଖି ନାଟୋକୁ ଅସୀମିତ ସୈନିକ ସମର୍ଥନ ପ୍ରଦାନ କରିବାକୁ ଜେଲେନସ୍କି ଆହ୍ୱାନ ଦେଇଛନ୍ତି । ଲୋକଙ୍କୁ ବଞ୍ଚାଇବା ପାଇଁ ମହାମେଣ୍ଟର ଆବଶ୍ୟକତା ରହିଛି ।